Gīta

Bandhu mo na bhanga asa re

ବନ୍ଧୁ ମୋ ନ ଭାଙ୍ଗ ଆଶା ରେ

Text

Ghoṣā

ବନ୍ଧୁ ମୋ ନ ଭାଙ୍ଗ ଆଶା ରେ ଯୋଷାରତନ ରସାଭୂଷା ରେ

1

ଚନ୍ଦ୍ର ଚକୋର ପରାଏ ତୋର ପଥ ଚାହୁଁଛି ମୃଗଦୃଶା ରେ

2

ଜନମାନ୍ତର ସୁକୃତ ମୋର ତୋ କୃପା କଟାକ୍ଷରେ ଦିଶା ରେ

3

ପୋତି ବଦନ ସ୍ମର କଦନ ଅକୂଳ ନଦୀରେ ନ ଭସା ରେ

4

ସୁଧା କଳପ କଥା ଅଳପ କହି ନିବାର ଚିର ତୃଷା ରେ

5

ହେଲେ ସମ୍ମୁଖ କହିବି ଦୁଃଖ ଘେନିବୁ ଥାଇ ଏ ଭରସା ରେ

6

ଶୁଣି ଲପିତ ଦେଲା ସଙ୍କେତ ଗୋପାଳକୃଷ୍ଣକୁ ସୁରସା ରେ

Sources

Cite this record


Last updated 2026-11-01. Record as JSON