Kete boli mo dukha sahibi re
କେତେ ବୋଲି ମୋ ଦୁଃଖ ସହିବି ରେ
Text
Ghoṣā
କେତେ ବୋଲି ମୋ ଦୁଃଖ ସହିବି ରେ କା ଆଗେ ହୃଦ ଫେଡ଼ି କହିବି ରେ
1
ଲଭି ଏତେ କଷଣ ଯାଉ ନାହିଁ ପରାଣ କି ଉପାୟ ସଙ୍ଗିନୀ ବିହିବି ରେ
2
ପ୍ରବେଶ ହେଲେ ରାତି ଖସିଯାଉଛି ଧୃତି ଜାଣି ନ ଥିଲି ଏକା ରହିବି ରେ
3
ନୁହଇ ଦାସୀ ଭଳି ଆସିବା ପାଇଁ ଆଳୀ ଛାମୁକୁ ଲେଖ କେହି ବିହିବି ରେ
4
ଦେହେ ପରାଣ ଥାଉ ସତେ ସଜନୀ ଆଉ ଗୋପାଳକୃଷ୍ଣଙ୍କୁ ମୁଁ ଚାହିଁବି ରେ