Gīta

Ke patha bana kala re

କେ ପଥ ବଣା କଲା ରେ

Text

Ghoṣā

କେ ପଥ ବଣା କଲା ରେ ବ୍ରଜବିଧୁକୁ

1

ସହି କେଉଁ ରମଣୀ ମୋ ପ୍ରୀତି ଚିନ୍ତାମଣି ପାଇ ରଖି ଘେନିଲା ରେ

2

କେତେ ସରସେ ସଜ ସାଜିଥିଲି ମୁଁ ଆଜ ମୋ ଆଶା ଛିନ୍ନାଇଲା ରେ

3

ମୋତେ ସ୍ମର ବହ୍ନିରେ ଜଳାଇ ସେ ଅଙ୍କରେ ଧରି ନିଶି ବଞ୍ଚିଲା ରେ

4

ଜଗି ଥିଲା କୋଠାରେ କି କହି ସେ ମୋ ନାଁରେ ମାନସ ଭଙ୍ଗାଇଲା ରେ

5

ଗୋପାଳକୃଷ୍ଣ ଭାଷେ ହେଟି ବିଜେ କଲେ ସେ ବୋଲି ଭୂରୁ ଚାଳିଲା ରେ

Sources

Cite this record


Last updated 2026-11-01. Record as JSON