Akarane dukhi re ajanma sukhi
ଅକାରଣେ ଦୁଃଖୀରେ ଆଜନ୍ମସୁଖୀ
Text
Ghoṣā
ଅକାରଣେ ଦୁଃଖୀରେ ଆଜନ୍ମସୁଖୀ
1
ନନ୍ଦନନ୍ଦନ ମନ୍ଦ ନ ଜାଣୁ ତୁ ତା ଛନ୍ଦ ଫାନ୍ଦରେ ପକାଇ ତୋ ମହତ୍ତ୍ୱକୁ ନେବ ବୋଲନ୍ତେ କ୍ଷାମଉଦରୀ ହେଲୁ ତମ ଛଳି ଶ୍ୟାମ ପ୍ରେମରେ ମୋ ପରକୁ
2
ମତ୍ସର ହୀନ ଯାର ସେ ଭଜିବ ସେ ଜାର ଇତର କଲେ ତାର ନାହିଁ ଗତି ବୋଲି ବହନ୍ତେ ତୋତେ ନ ଘେନିଲୁ କିଞ୍ଚିତେ ପ୍ରତେ ହେଲା କି ଏବେ ଏ ସଙ୍ଗତି
3
ଗୁରୁଜନ ତର୍ଜ୍ଜନା ଜରତୀର ଭର୍ତ୍ସନା ଯାହା ଲାଗି ଶୋଚନା ନ ଘେନିଲୁ ସେ କି ଜାଣିଲା ତାହା ଆହା ଶିରୀଷଦେହା ମୁଁ ଆଉ କଷ୍ଟ ଦେହ ସୁହାଇଲୁ
4
ଏହି ଲାଗି ବିନତି ପ୍ରିୟ ହେଲେ ଆରତି ଧରି ନ ପାରୁ ଧୃତି ଦୟାବତୀ ନୋହିଲେ ଇଷିତରେ ଶିଖିପିଚ୍ଛ କୂଳରେ ଲୋଟିବାର ଦେଖନ୍ତେ ସଖୀତତି
5
ଲଳିତା ହିତ ବାଣୀ ବୃଷଭାନୁଜା ମଣି ଲଭୁ ଧୈର୍ଯ୍ୟ ସେକ୍ଷଣି ମାନସରେ ଜାଣି ହୋଇଲା ତୃଷ୍ଣ କବି ଗୋପାଳକୃଷ୍ଣ କୃଷ୍ଣ ଅଇଲେ ସେହି ଅବସରେ