Gīta

E ghana dina eka nebe ki kari

ଏ ଘନ ଦିନ ଏକା ନେବେ କି କରି

Text

Ghoṣā

ଏ ଘନ ଦିନ ଏକା ନେବେ କି କରି ପାମର ଦଇବ କଲା ଆହା ଏତେ ସରି ସହି

1

ଶୁଣି ଭେକ କେକୀ ନାଦ ପରମାଦରୁ ପ୍ରମାଦ କି ହେଉଥିବ ସେ ହୃଦ ଶୁଣ ସହଚରୀ ସହି

2

ଝଟକେ ଅନା ବିଦ୍ୟୁତ ମତ୍ତେ ଅଳି କରେ ରୁତ ବହେ ମାଳତୀ ମରୁତ ଡାକୁଛି ଝିଙ୍କାରୀ ସହି

3

ଯିବାକୁ ମାଗୁ ମେଲାଣି ମୋତେ ମୋର ଗୁଣମଣି ନିଷେଧିଲି ପୁଣ ପୁଣି କରେ କର ଧରି ସହି

4

ରଖି ନୟନର ନୀର ଲେଉଟି ବିଲୋକିବାର ଫାଟି ଯାଉନାହିଁ ଉର ସେ ରୂପ ସୁମରି ସହି

5

ଗୋପାଳକୃଷ୍ଣଙ୍କୁ ମୋର ପ୍ରବାସ କଷ୍ଟ ଶଙ୍କର ଏହି ବାରକ ଉଦ୍ଧର କହୁଛି ଜୁହାରି ସହି

Sources

Cite this record


Last updated 2026-11-01. Record as JSON