Mane paduchi re sehi chandramukha
ମନେ ପଡ଼ୁଛି ରେ ସେହି ଚନ୍ଦ୍ରମୁଖ
Text
Ghoṣā
ମନେ ପଡ଼ୁଛି ରେ ସେହି ଚନ୍ଦ୍ରମୁଖ ପାଶୋରିବା ପାଇଁ କେତେ ହେଲି ମୁଁ ବିମୁଖ
1
ନିଟିଳ ଅଳକାବଳୀ ଗଣ୍ଡ ମଣ୍ଡଳର ଝଳି ନାସା ପୁଟର ଦ୍ୱିରଜ ମୁକୁତା ମୟୂଖ
2
ଚାରୁ ଗୋରଚନା ଚିତା ନର୍ତ୍ତନରତ ଭ୍ରୂଲତା ମନ୍ଦେ ହସି ଫିଙ୍ଗିବାର କଟାକ୍ଷ ବିଶିଖ
3
ଶୋଭା ରତ୍ନ କୁଣ୍ଡଳର ବଂଶୀ ବିନ୍ୟାସ ଅଧର ନୂଆ ବରହ ମୁକୁଟ ଦରଶନ ସୁଖ
4
ଭାଙ୍ଗି ଦେଉଥିଲି ପାନ ବୋଲି ଦେଖିଲି ସ୍ୱପନ ସରିଲା ଉତ୍ତାରୁ ପୁଣି ମନମଥ ମଖ
5
ଯାଅ ବୋଇଲା ଉତ୍ତାରୁ ଲୁହ ବୁହାଇ ଆଖିରୁ ହୋଇବାର ସଖୀମାନଙ୍କର ପାଖ ପାଖ
6
ଶୁଣ ସର୍ବେ ସହଚରୀ କରି କରୁଣା ମଞ୍ଜରୀ ଅପରାଧିନୀ ରାଧାର ଯିବା ଜୀବ ରଖ
7
ଗୋପାଳକୃଷ୍ଣ ଭାଷଣ ଉଠି ସମସ୍ତେ ତକ୍ଷଣ ମିଳିଲେ କୁଞ୍ଜେ ରମଣ ଲେଖୁଥିଲେ ରଖ