Janagala kahinki parimana
ଜଣାଗଲା କାହିଁକି ପରିମାଣ
Text
Ghoṣā
ଜଣାଗଲା କାହିଁକି ପରିମାଣ କରର ଚୂଡ଼ିକି ଲୋଡ଼ା କେଣେ ଦରପଣ
1
ଲଲାଟେ ସିନ୍ଦୂର ଚିହ୍ନ ହୋଇଛି ବିଭ୍ରାଣ ଡେରିଲା ପରି ମଦନ ଶୋଣିତ କୃପାଣ
2
ଅଧର ଅଞ୍ଜନ ଦାଗ ଦହୁଛି ପରାଣ ଚନ୍ଦ୍ରାବଳୀ କ୍ରୋଡ଼ କୁରଙ୍ଗ କର ପ୍ରୟାଣ
3
ଘଷିଛି ତା ତନୁ ହେମ କଷଟି ପାଷାଣ ଗଣ୍ଡେ ଧରି ଦେଖି ଯା ଦର୍ପଣ ଯୁବରାଣ
4
ଶାଖୋଟ କୁଞ୍ଜ ଗୃହିଣୀ ବିଟ ନ ବଖାଣ ବକୀବଧ କଥା କି ବହୁଦିନ ପୁରାଣ
5
ବିବେକପଣେ ବାରଣ ପରାଏ ସୁଜାଣ ସରସପଣରେ ବୃଦ୍ଧ ଗଡ୍ଡର ବିଷାଣ
6
ଭାଷେ ଗୋପାଳକୃଷ୍ଣ ଦେଉଥିଲେ ତ ରାଣ ହାତ ଯୋଡ଼ି ବୋଲେ ଏବେ କର ପରିତ୍ରାଣ