Gīta

Rasa manasa radhikesa

ରସ ମାନସ ରାଧିକେଶ

Text

Ghoṣā

ରସ ମାନସ ରାଧିକେଶ ଯାର ରସ କଥାରେ ସେବିତ ଶୁକ ସନକ ଶେଷ ଅନିଶ ନତ ମଥାରେ

1

ଭ୍ରମନା ଭବ ଭୋଗ ଲୋଭରେ ଲଭି ଧନ ପ୍ରମଦାରେ ଭବ ସରସିଜଭବ ଦୁର୍ଲ୍ଲଭ ପ୍ରେମ ଭକ୍ତିଦାରେ

2

ବିଶ୍ୱ ସରଣୀ ଭ୍ରମଣ ତାପ ହାରିଣୀ ବସୁଧାରେ ସାର୍ବତ୍ରିକ ବହୁଛି ନୁହଇ ସୁରଧୁନୀ ପରିଧାରେ

3

ନୀରଜବନ୍ଧୁ ନନ୍ଦିନୀ ତୀର ନିକୁଞ୍ଜ ବନ ଅଗାରେ କେଶୀମଥନ କେଳିଚରିତ କେବଳ ତୁହି ଗାରେ

4

ମୋକ୍ଷପଦକୁ ଲକ୍ଷ୍ୟ ନ କରି ରହିଛୁ ଯା ଅଲଗାରେ ରାସେଶ୍ୱରୀଙ୍କ କିଙ୍କରୀ ହୋଇ ଘର କର ବ୍ରଜ ଗାଁରେ

5

ଗୋପାଳକୃଷ୍ଣ କହଇ ସତୃଷ୍ଣ ହୋଇ ସୁମନୀଷାରେ ଦୋଷରହିତ ଘୋଷ ଚରିତ ଘୋଷ ଦିନ ନିଶାରେ

Sources

Cite this record


Last updated 2026-11-01. Record as JSON