Mo nida kene delu bhangi re
ମୋ ନିଦ କେଣେ ଦେଲୁ ଭାଙ୍ଗିରେ
Text
Ghoṣā
ମୋ ନିଦ କେଣେ ଦେଲୁ ଭାଙ୍ଗିରେ ସ୍ୱପ୍ନ ଦେଖୁଥିଲି ଭଙ୍ଗୀରେ
1
ଭେଟିଲାକ୍ଷଣିରେ ଯାହା ବିଲୋକିଲି ଆହା ସେ ସଞ୍ଜର ପଙ୍ଗୀରେ ଭବ ପରାଭବି ଛବିର ଗରବ ଲବକରେ ଯିବ ଭାଙ୍ଗିରେ
2
ହସି ନେଲେ ଆସି ତଳପରେ ବସି ଲକ୍ଷମୂଳର ବରାଙ୍ଗୀରେ ନକ୍ଷତ୍ରମାଳା ବକ୍ଷରୁ ଦେଇ ମୋତେ କରୁଥିଲେ ସେ ଉତ୍ସଙ୍ଗୀରେ
3
ପରସିବା ବିଧି ସେ ଦିନ ବୋଲି ମୁଁ ଭାଳି ହେଉ ଉଦବେଗିରେ ହେଜି ଦିବ୍ୟ ଭୋଜ୍ୟ ସମ୍ପାଦି ଲଳିତା ତେଣେ ରହିଥିଲା ଜଗିରେ
5
ମାନ କରି ଆଜ ଦିନଯାକ ମୁହିଁ ହୋଇଥିଲି ବିପ୍ର ଯୋଗୀରେ ଦୟାଳୁ କଞ୍ଜସମ୍ଭବ ସଂବେଶରେ କରାଇଥିଲା ସଂଯୋଗୀରେ
6
ଗୋପାଳକୃଷ୍ଣ କହଇ ସାବଧାନ ହୁଅ ଚାରୁ ଚଳାପାଙ୍ଗୀରେ ଘନତମସୀରେ ପଞ୍ଚପାଳି ତଳେ ଦେଖୁଛନ୍ତି ଚଳ ବେଗିରେ