Syama sari radha sudhakara muhi ki
ଶ୍ୟାମ ସରି ରାଧା ସୁଧାକରମୁହୀଁ କି
Text
Ghoṣā
ଶ୍ୟାମ ସରି ରାଧା ସୁଧାକର ମୁହୀଁ କି ପାଞ୍ଚିଲେ ଘଟଣା ପତି ନାରୀ ସୁନ୍ଦରପଣ କି
1
ଦିନେ ଦୂର ଦୂରରେ ବ୍ରଜରାଜ ପୁରରେ ବିଲୋକି ମୁଁ ଅନୁମାନିଥିଲି ଦୁହିଙ୍କି
2
ଭାଳିବଟି ଚିତ୍ତରେ ତାରତମ୍ୟ ଉଚ୍ଚରେ ଏ ତା ଶ୍ରୁତିତଟ ସରି ହେବ ନାହିଁ କି
3
ନ ଦେନ୍ତେ କି କୀର୍ତ୍ତିଦା ମାଗିଥିଲେ ଯଶୋଦା ଏବେ ଦେଖି ପୁଣି ନିନ୍ଦୁଛନ୍ତି ବିହିକି
4
ଯମୁନା କୂଳରେ ସୁନା କଞ୍ଜ ପରି ଭାବନା ଦିଶୁଥାନ୍ତା ଜନେ ମୂରୁଛନ୍ତେ ଚାହିଁ କି
5
ଗୋପାଳକୃଷ୍ଣ ଭାଷେ ରାଧା ଲାଜ ହରଷେ ହସି ହସି ଛଳେ ଚଳି ହେଲେ ଆଳୀକି