Gīta

Chahindeli kinchitare bare

ଚାହିଁଦେଲି କିଞ୍ଚିତରେ ବାରେ

Text

Ghoṣā

ଚାହିଁଦେଲି କିଞ୍ଚିତରେ ବାରେ ସେ ଶ୍ୟାମନାଗରଙ୍କୁ ଗୋ

1

କି ବୁଦ୍ଧି କରିବି କହରେ ସଙ୍ଗାତ ନଣନ୍ଦ ଭର୍ତ୍ସନା କରଇ ଯେତେକ ବିରହୀ ପରାୟେ ଦହୁଛି ମୋ ଚିତ୍ତ ତା ନେତ୍ର କାଠି ଅଠାରେ

2

ବୁଡ଼ଗଲି ସଖୀ ଆନନ୍ଦ ସାଗରେ ଅପବାଦକୁ ନ ରଖିଲି ମନରେ ଗୁରୁ ଗୁରୁଜନ ଲାଜ ଦର କରି ମଜ୍ଜିଲି ପ୍ରୀତି ଅଠାରେ

3

ନନ୍ଦନନ୍ଦନ ସଙ୍ଗେ ଯେଉଁ ପୀରତି ଦେଖି ଶୁଣି ଦେହ ହୁଅଇ କରତି ପାଉଅଛି ବ୍ରଜଜନେ ଅପଖ୍ୟାତି ଲେଖାଇ ତମ୍ବାପଟାରେ

4

ବୋଲେ ଶ୍ରୀଚରଣ ଦାସ ଏହି ରସ ଯାହାର ସନ୍ତତ ବ୍ରଜରେ ନିବାସ ଶ୍ରୀ କୃଷ୍ଣ ଚରଣେ ଯାର ନିତି ଆଶ ସେ ଲୀନ ହୁଏ ସେଠାରେ

Sources

Cite this record


Last updated 2026-11-01. Record as JSON