Jagannatha ho kichi magu nahi tote
ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ
Text
Ghoṣā
ଜଗନ୍ନାଥ ହୋ । କିଛି ମାଗୁ ନାହିଁ ତୋତେ । ଧନ ମାଗୁ ନାହିଁ ଜନ ମାଗୁ ନାହିଁ ମାଗୁଛି ଶରଧାବାଲିରୁ ହାତେ
1
ଆନ ଦରଶନ ନ ଲୋଡ଼େ ନୟନ ଏକା ତୋହ ଦେଖା ବିନା ଶୁଣିବାକୁ କାନ ନ ଇଚ୍ଛଇ ଆନ ତୋହ ଚରିତେ କାମନା
2
ଜିହ୍ୱା ନ ବାଞ୍ଛଇ ଗ୍ରାମ୍ୟଗୀତ ଗାଇ -ବାକୁ ରଜନୀ ଦିବସ ତୋହ ନାମାବଳୀ କେବଳ ସଙ୍ଖାଳି ହୋଇଥାଉ ପୀତବାସ
3
ନାସା ମୋର ତୃପ୍ତି ନ ଲଭଇ ଆନ ସୁବାସ ଦ୍ରବ୍ୟ ଆଘ୍ରାଣେ ତୋହ ଛଡ଼ାମାଳ ତୁଳସୀ କୁସୁମ ଚନ୍ଦନ କର୍ପୂର ଧ୍ୟାନେ
4
ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ ହରେକୃଷ୍ଣ ଜପୁଥାଉ ବୋଲେ ବନମାଳୀ ମୋ ବେନି ଚରଣ ତୋ ତୀର୍ଥ ଭ୍ରମଣେ ଯାଉ