Gīta

Jhulanti range rai sange syamasundara

ଝୁଲନ୍ତି ରଙ୍ଗେ ରାଈ ସଙ୍ଗେ ଶ୍ୟାମସୁନ୍ଦର

Text

Ghoṣā

ଝୁଲନ୍ତି ରଙ୍ଗେ ରାଈ ସଙ୍ଗେ ଶ୍ୟାମସୁନ୍ଦର ରାଗରେ ଅନୁରାଗେ କରନ୍ତି ବଂଶୀ ହୁନ୍ଦର

1

ଝଳି ମରକତ ନୀଳେନ୍ଦ୍ରମଣି ଲାବଣ୍ୟ ପ୍ରତିମା ତ୍ରିଭଙ୍ଗୀ ଠାଣି ମୃଦୁ ମୃଦୁ ହାସ ନୟନ ବିଳାସ କେଡ଼େ ମଧୁର

2

ମାଳତୀ କୁସୁମେ ରଚିତ ଦୋଳି ଝୁଲାଇ ଦିଅନ୍ତି ବରଜବାଳୀ ଗାଇ ଗୀତମାନ କରନ୍ତି ନର୍ତ୍ତନ ବାଇ ନୂପୁର

3

କେ ବଜାଏ ବୀଣା ଅବା କାହାଳୀ କେ ବାଏ ମର୍ଦ୍ଦଳ ଉକୁଟ ଚାଳି କେବଣ ସୁଧୀରା ବଜାଏ ମନ୍ଦିରା ପ୍ରେମେ ଆତୁର

4

ଟପ ଟପ ଝପ ଝପ ବରଷା ଶୀତଳ ପବନ ଚନ୍ଦ୍ରମା ନିଶା ପାରା ଶୁକ ଶାରୀ ମୟୂର ମୟୂରୀ ଆନନ୍ଦେ ଭୋର

5

ଝୁଲଣ ଉଚ୍ଛବ କୁଞ୍ଜସଦନେ ଦେଖି ସୁଖୀ ହୋଇ ଅମରୀମାନେ ବୋଲେ ବନମାଳୀ ଦେଲେ ପୁଷ୍ପାଞ୍ଜଳି ରହି ଶୂନ୍ୟର

Sources

Cite this record


Last updated 2026-11-01. Record as JSON