To lagi gopadanda mana re kalia suna
ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା
Text
Ghoṣā
ତୋ ଲାଗି ଗୋପଦାଣ୍ଡ ମନା ରେ କାଳିଆ ସୁନା ତୋ ଲାଗି ନ ଯିବି ଯମୁନା
1
ନିତି ଏହି ବାଟେ ଯାଉ ରେ କାଳିଆ ନିତି ଏହି ବାଟେ ଯାଉ ଘାଟର କଉଡ଼ି ମାଗିଲେ କାଳିଆ ମୁରଲୀ ବଜାଉ ଥାଉ ରେ
2
ତୁହି ଗୋପପୁରେ ରଜା ରେ କାଳିଆ ତୁହି ଗୋପପୁରେ ରଜା କେମନ୍ତ ସଜରେ ମୁରଲୀ ବଜାଉ ଆଉରି ଟିକିଏ ବଜା ରେ
3
ତୁହି ବଡ଼ଘର ପୁଅରେ କାଳିଆ ମୁହିଁ ବଡ଼ଘର ବୋହୂ ଶରମ ତୋ ମୁଖେ ନାହିଁ ରେ କାଳିଆ ମରମ କଥା ତୁ କହୁ ରେ
4
ତୁହି ଅଟୁ ନନ୍ଦଚାଟ ରେ କାଳିଆ ତୁହି ଅଟୁ ନନ୍ଦଚାଟ ମଥୁରା ହାଟକୁ ଦଧି ବିକି ଗଲେ ନିତି ମାଗୁଥାଉ ଘାଟ ରେ
5
କହଇ ବଲ୍ଲଭାନନ୍ଦ ଏ ରସରେ ଶୁଣ ଆଗୋ ସଖୀବୃନ୍ଦ ଯମୁନା କୂଳରେ ମୁରଲୀ ବଜାଏ ତୁମ୍ଭ ଘେନି କୃଷ୍ଣଚନ୍ଦ୍ର ରେ