Gīta

Daruna netrantaku mu enu daruthai

ଦାରୁଣ ନେତ୍ରାନ୍ତକୁ ମୁଁ ଏଣୁ ଡରୁଥାଇ

Text

Ghoṣā

ଦାରୁଣ ନେତ୍ରାନ୍ତକୁ ମୁଁ ଏଣୁ ଡରୁଥାଇ

1

ଯହିଁକି କରଇ ମନା । ତହିଁକି କରି କାମନା । ଅଗମ୍ୟ ପଥକୁ ଗମୁଥାଇ

2

ଦେବତା ଦୁର୍ଲ୍ଲଭ ଚିଜେ । ଏ ପାପମନ ନ ବୁଝେ । ଆଶା କରି ଲୋଭେ ମରୁଥାଇ

3

ପଡ଼ିଲେ ବୁଡ଼ି ରହଇ । ଲୋଡ଼ିଲେ ମିଳଇ ନାହିଁ । କାନ ସେହୁ ରସେ ରସିଥାଇ

4

ମୃଗମଦ ନୀଳୋତ୍ପଳ । ତା ଶ୍ରୀଅଙ୍ଗ ପରିମଳ । ନାସା ମୋର ଆଶା କରୁଥାଇ

5

ତାର ଚର୍ବିତ ତାମ୍ବୂଳ । ଅଧ ଅଧରୁ କେବଳ । ଚାଖିବାକୁ ଜିହ୍ୱା ଝୁରୁଥାଇ

6

ବନମାଳୀ ବୋଲେ ମନ । ହେବାରୁ ତାର ଅଧୀନ । ଜୀଇବା ଭରସା ଦିଶୁ ନାହିଁ

Sources

Cite this record


Last updated 2026-11-01. Record as JSON