Dukha nasana he sukha na paili dine
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
Text
Ghoṣā
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ ବେଳୁଁ ବେଳ ଦୁଃଖ ପ୍ରବଳ ହେଉଛି ବିଜୁଳି ଯେସନେ ଘନେ
1
ଅନାଥର ନାଥ ନୀଳଗିରିନାଥ ଜଗନ୍ନାଥ ଲକ୍ଷ୍ମୀସାଇଁ ଅରକ୍ଷିତକୁ ତ ରଖି ଦେଉନାହଁ ଭବଜଳରେ ଭସାଇ
2
ଆହେ ହରି ମୁହିଁ ସହି ତ ନ ପାରି ଅନ୍ତର ବେଦନାମାନ ଯେଣୁ କରି ତୁମ୍ଭେ ଦୟା ନ କଲ ହେ ପ୍ରଭୁ ଆତଙ୍ଗନାଶନ
3
ଏଡ଼େ ନିଷ୍ଠୁର ତ ହେଲ ମୋହ ଭଳି ଦୁଃଖୀଜନ ହୀନ ଠାରେ ଦୀନଜନମାନେ ଗୁହାରି କରନ୍ତି ନ ଶୁଣ କି ତୁମ୍ଭେ ବାରେ
4
ପୋଡ଼ୁ ମୋ ଅଦୃଷ୍ଟ ଅନ୍ନ ବସ୍ତ୍ର କଷ୍ଟ ଏଡ଼େ ବଡ଼ ପ୍ରଭୁ ଥାଉଁ ବନମାଳୀ ବୋଲେ ଚଞ୍ଚଳ ଚିତ୍ତ ମୋ ପଦ୍ମପାଦେ ତୁମ୍ଭ ରହୁ