Dekha go radha madhaba chali
ଦେଖ ଗୋ ରାଧାମାଧବ ଚାଲି
Text
Ghoṣā
ଦେଖ ଗୋ ରାଧାମାଧବ ଚାଲି ମଣିବିମାନ ଆସେ ଝୁଲି ଝୁଲି
1
ବିବିଧ ବାଜଣା ବୀରକାହାଳୀ ବିଜେ କଲେ ଗୋପଦାଣ୍ଡ ଉଚ୍ଛୁଳି
2
ସଙ୍ଗତେ ଅଛନ୍ତି ପଞ୍ଚସାଗର ରାଧିକା ଦୂତିକା ମୁରଲୀଧର
3
ନରେନ୍ଦ୍ର ସରକୁ କରିଣ ମନ ଚାପ ଖେଳନ୍ତି ଜଗତମୋହନ
4
ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ