Gīta

Na tejibi muralidhara

ନ ତେଜିବି ମୁରଲୀଧରା

Text

Ghoṣā

ନ ତେଜିବି ମୁରଲୀଧରା ବାଜୁ ପଛେ ଅପବାଦ ନାଗରା

1

ବାନ୍ଧବୀ ମୋ ଚରିତ ଗାଇ ହସନ୍ତୁ ବା ତାଳି ବଜାଇ ଯେ କହିବ ସିନା ମନ ଭଙ୍ଗାଇ କିଏ ଦେବ ଶ୍ୟାମ ପ୍ରୀତି ଲଗାଇ

2

ନୟନ ମୋ ପ୍ରେମ ଇଙ୍ଗିତ ଭଙ୍ଗୀ ସଙ୍ଗୀ ହେବାରୁ ମିତ ଅବିହିତକୁ ମୁଁ ମଣେ ବିହିତ କି କରିବେ ପରଲୋକ କହି ତ

3

ଗୁରୁ ଗୁରୁଜନ ଗଞ୍ଜଣା ଦେଲେ ଦେବେ ପଛକେ ସିନା ଏକା ଶ୍ୟାମବନ୍ଧୁ ସଙ୍ଗ କାମନା ହେଲେ ହେବି ଜାତି ପାଟକେ ମନା

4

ବନମାଳୀ କହେ ଏ ଗିର ମୋହନ ମୋ ହୃଦୟ ହାର ଏ ପରାଣ ମନ କିଣା ଯାହାର ତା ସ୍ନେହରୁ କି ମୁଁ ହେବି ବାହାର

Sources

Cite this record


Last updated 2026-11-01. Record as JSON