Gīta

Bansi re tora ediki dau

ବଂଶୀରେ ତୋର ଏଡ଼ିକି ଦାଉ

Text

Ghoṣā

ବଂଶୀରେ ତୋର ଏଡ଼ିକି ଦାଉ ଦମ୍ଭ ଧରି କେବା ସହିବ ଆଉ

1

ଶ୍ୟାମ କରେ ଅନୁବରତେ ଥାଉ ଆମ୍ଭ ରାଧା ନାମୁଁ କି ସୁଖ ପାଉ

2

ପଞ୍ଚମ ତାନରେ କି ଗୀତ ଗାଉ ଗୋପିନୀକୁଳେ କଳଙ୍କ ଲଗାଉ

3

ମୋହନ ଅଧର ଅମୃତ ଖାଉ ବ୍ରଜେ ଅକୀର୍ତ୍ତି ଘୋଷଣା ଦିଆଉ

4

ବନମାଳୀ ବୋଲେ ନ ବାଜ ଆଉ ସବୁ ଯାଉ ପଛେ ମହତ ଥାଉ

Sources

Cite this record


Last updated 2026-11-01. Record as JSON