Ehi kathare mo mana mahabahu
ଏହି କଥାରେ ମୋ ମନ ମହାବାହୁ
Text
Ghoṣā
ଏହି କଥାରେ ମୋ ମନ ମହାବାହୁ ନିତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜସୁନ୍ଦର ବଦନ ହେ
1
ଅଞ୍ଜଳିରେ ଜଳ ପିଇ ପିନ୍ଧୁଥିବି ବକଳ କରି ବସନ ଶଚୀପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ଭ ସନ୍ନିଧାନ
2
ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ର ମୁଖ ଚନ୍ଦନଲାଗି ବେଳକୁ ଧୀରେ ଚାହୁଁଥିବି ବିପୁଳ ଭୁଜକୁ ସୁଭଦ୍ରା କାମପାଳଙ୍କୁ
3
ଅବକାଶମାନଙ୍କରେ ମୋ ଲାଳସ ହୋଇଥିବ ଅହର୍ନିଶ ତେତେବେଳେ ଡୋଳେ ହେଳେ ନ ଦେଖିବି ବ୍ରହ୍ମା ରୁଦ୍ର ଦିନଈଶ
4
ତିନି ବଦନଚନ୍ଦ୍ରକୁ ଚାହିଁ ମୁହିଁ ତାପତ୍ରୟକୁ ନାଶିବି ବୋଲେ ବନମାଳୀ ଜନ୍ତୁପତି ଭୟ ଲୋକକୁ ଚାହିଁ ହସିବି