Marma dahuchi go
ମର୍ମ ଦହୁଛି ଗୋ
Text
Ghoṣā
ମର୍ମ ଦହୁଛି ଗୋ କୃଷ୍ଣ ପ୍ରୀତି ଦାବାନଳ ହେଉଛି ଗୋ
1
ଅନ୍ତର ହେବାରୁ ସେ ତ ନ ରହଇ ମୋ ସଚେତ ଏ ଦଶା ଲଲାଟେ ବିହି ଲିହିଛି ଗୋ
2
ବେଳହୁଁ ଯାଇଛି ହୁଡ଼ି ଆପଣା ଇଚ୍ଛାରେ ଲୋଡ଼ି ଚିନ୍ତାପଙ୍କେ ଗଡ଼ି ସଢ଼ିଯାଉଛି ଗୋ
3
ଝୁରି ଝୁରି ନିଶି ଦିନେ ଝରଇ ନୀର ନୟନେ ନଦୀ ପରା ହୋଇ ବହିଯାଉଛି ଗୋ
4
ଶୁଣ ଲୋ ପରାଣସଖୀ ନ ପାରେ ଜୀବନ ରଖି ସ୍ନେହ ଏତେ ସରି କଲା କହୁଛି ଗୋ
5
ବନମାଳୀ ଦାସ ଭଣି ନ ଭାଳ କିଶୋରୀମଣି ଶ୍ରୀ କୃଷ୍ଣଙ୍କୁ ଆଣିବି ମୁଁ ଯାଉଛି ଗୋ