Mani bimane gobinda
ମଣି ବିମାନେ ଗୋବିନ୍ଦ
Text
Ghoṣā
ମଣି ବିମାନେ ଗୋବିନ୍ଦ ଚଉପାଶେ ଘେରିଛନ୍ତି ସହଚରୀବୃନ୍ଦ
1
ନିର୍ମଳ ଚନ୍ଦ୍ରବଦନ ଆହା କି ପସନ୍ଦ ତେରଛ ଚାହାଣୀ ତୁଲେ ହାସ ମନ୍ଦ ମନ୍ଦ
2
ସଙ୍ଗରେ ପଞ୍ଚପାଣ୍ଡବେ ଲଭନ୍ତି ଆନନ୍ଦ ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛାନ୍ଦ
3
ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ
4
ବଡ଼ଦାଣ୍ଡ ଉଚ୍ଛୁଳଇ ଗହଗହ ନାଦ ଶଙ୍ଖ ଭେରୀ ତୂରୀ ଘଣ୍ଟା କାହାଳୀ ଶବଦ
5
ବୋଲେ ବନମାଳୀ ଧ୍ୟାୟି ଚରଣାରବିନ୍ଦ ଚାପକୁ ବିଜୟେ ଆହା ଗୋପୀହୃଦଚାନ୍ଦ