Mana anare na rasi
ମନ ଆନରେ ନ ରସି
Text
Ghoṣā
ମନ ଆନରେ ନ ରସି ହୁଅ ତୁ ସାବଧାନ ରେ
1
ବିଷୟାବିଷକୁ ଗଦ ଭକ୍ତ ଜନେ ପ୍ରମୋଦ ନନ୍ଦନନ୍ଦନ ପଦ ଗାନ ରେ
2
ତେଜ କୁସଙ୍ଗ ସଙ୍ଗ କୁମତି କ୍ଷଣଭଙ୍ଗ ତ୍ୟଜ ଶରୀରୁ ଅହଙ୍କାର ରେ
3
ନେତ୍ରେ ନ ଦେଖୁ ଯାହା ସତ କି ମଣୁ ତାହା ସ୍ୱପନ ଧନ ପରି ଜାଣ ରେ
4
ଏ ଯେଉଁ କଳେବର ହେଜ ଅସ୍ଥିର ସ୍ଥିର ଭବସାଗରୁ ହେବ ପାର ରେ
5
ଧୀର ଶ୍ରୀ ବୀରବର ହୀର ମୁକୁଟ ଶିର ବୀରକିଶୋର ଦେବ ଗାନ ରେ