Mana kari mohanaku rahibu ki
ମାନ କରି ମୋହନଙ୍କୁ ରହିବୁ କି
Text
Ghoṣā
ମାନ କରି ମୋହନକୁ ରହିବୁ କି
1
ବେନୁ ବାଇ ବୃନ୍ଦାବନୁ । ଧେନୁ ଘେନି କଳାକାହ୍ନୁ । ଆସନ୍ତେ ପାସୋରି ମନୁ ରହିବୁ କି
2
ସଖାମଣ୍ଡଳୀ ମଧ୍ୟରେ । ନାଚିବାର ଧୀରେ ଧୀରେ । ଦେଖି ଝୁଲ ନୋହି ତୁହି ରହିବୁ କି
3
ଯମୁନା ପାଣିକି ଥରେ । ନ ଯିବୁ କି ସେ ପଥରେ । ଚାହିଁ ନୀପମୂଳେ ସହି ରହିବୁ କି
4
ବନମାଳୀ ନିବେଦନ । ଘନଶ୍ୟାମେ ନୁହଁ ବାମ । ମନରୁ ନ ତେଜି ମାନ ରହିବୁ କି