Tore sarana gali re murali
ତୋରେ ଶରଣ ଗଲି ରେ ମୁରଲୀ
Text
Ghoṣā
ମୁରଲୀ ତୋରେ ଶରଣ ଗଲି ରେ ମୁରଲୀ ଦିନେ ନ ଡାକିବୁ ରାଧିକା ବୋଲି ରେ
1
ସେ ନନ୍ଦସୁତ ମୁଁ ରାଜକୁମାରୀ ବଂଶୀ ଦେଲୁ ସିନା ପରତେ କରି ରେ
2
ଲୁଚି ଲୁଚି ଯାଏ ସଖୀ ସଙ୍ଗତେ କି ଘେନି ଚିହ୍ନିଲୁ ମୁରଲୀ ମୋତେ ରେ
3
ଜାତି ତୋର କଣ୍ଟାବାଉଁଶ ଖଣ୍ଡ ଧ୍ୱନି ସଙ୍ଗେ ଥାଇ ପଞ୍ଚମ କାଣ୍ଡ ରେ
4
କୃଷ୍ଣ ହସ୍ତୁ ତୋତେ କେ ଦ୍ୟନ୍ତା ମୋତେ ଭସାଇ ଦିଅନ୍ତି ଯମୁନା ସ୍ରୋତେ ରେ
5
ମୁରଲୀ ରେ ତୋର ଏଡ଼େ ବଡ଼ାଇ ପତିବ୍ରତା ଦମ୍ଭ ଦେଉ ଛଡ଼ାଇ ରେ
6
ବନମାଳୀ ବୋଲେ ଯୋଡ଼ିଣ କର ମୁରଲୀଟି ଦୂତୀ ସିନା ତୁମ୍ଭର ରେ