Gīta

Mohane deli chahin go

ମୋହନେ ଦେଲି ଚାହିଁ ଗୋ

Text

Ghoṣā

ମୋହନେ ଦେଲି ଚାହିଁ ଗୋ ଆଗୋ ପ୍ରିୟସହୀ

1

କଦମ୍ବ ମୂଳରେ ରହି । କି ରଙ୍ଗେ ମୁରଲୀ ବାଇ । ମାନସେ ମୋର ନାଚଇ ଆନ ସାହା ନାହିଁ ଗୋ

2

ଧନ୍ୟ ତା କଟାକ୍ଷ ଆଖି । ମୋ ମାନସେ ଗଲା ଲାଖି । ନ ପାରିଲି ସଖୀ ଦେଖି ସେ ଶ୍ୟାମକୁ ମୁହିଁ ଗୋ

3

ବଦନେ କି ଅଛି ତାର । ସଦନେ ହୋଇ କାତର । ମଦନେ ହୋଇ ଆତୁର ସବୁ ପାଶୋରାଇ ଗୋ

4

କହଇ ସେ ବନମାଳୀ । ଏ ରସରେ ଭାଳି ଭାଳି । ନ ଦେଖିଲି ଶ୍ୟାମ ଝଳି ତା ପାଶରେ ରହି ଗୋ

Sources

Cite this record


Last updated 2026-11-01. Record as JSON