Syama sri ange netra padila re
ଶ୍ୟାମ ଶ୍ରୀଅଙ୍ଗେ ନେତ୍ର ପଡ଼ିଲା ରେ
Text
Ghoṣā
ଶ୍ୟାମ ଶ୍ରୀଅଙ୍ଗେ ନେତ୍ର ପଡ଼ିଲା ରେ ପଡ଼ି ବିବେକ ଜ୍ଞାନ ବୁଡ଼ିଲା ରେ
1
କି ଶୋଭା ସେ ମୋହନ ମୂରତି ନବଘନ ମନ ତା ସଙ୍ଗ ପ୍ରୀତି ଲୋଡ଼ିଲା ରେ ଚନ୍ଦ୍ରିକା ମୁକୁଟିଆ ହଟ ନଟକୂଟିଆ ଛବିକି କେ ବିନ୍ଧାଣୀ ଗଢ଼ିଲା ରେ
2
ଜୀବନ ଯଉବନ ଜାତି ଧୃତି ଗୁମାନ ସବୁ ତା ପାଦ ତଳେ ପଡ଼ିଲା ରେ କି ଘର ବର ଛାର କିବା ବନ୍ଧୁ ସୋଦର ପତିବରତ ମୂଳ ତାଡ଼ିଲା ରେ
3
ଗୁରୁ ଗୁରୁଜନଙ୍କ ଗୁରୁ ଧରମଯାକ ଚାରୁ ମୁରଲୀ ସ୍ୱନେ ଏଡ଼ିଲା ରେ ସରୁ କଟି ସୁଠାଣି ବାଙ୍କ ବାଙ୍କ ଚାହାଣୀ ଶାୟକ ମୁନ ହୃଦେ ବୁଡ଼ିଲା ରେ
4
ବୃନ୍ଦାବନ ମଦନ ସୁଖାନନ୍ଦ ସଦନ ରୂପ କାନ୍ତିରେ ମତି ଜଡ଼ିଲା ରେ କହଇ ବନମାଳୀ ଏ ରସେ ଭାଳି ଭାଳି ଗୋପୀଙ୍କ ପ୍ରେମନଦୀ ବଢ଼ିଲା ରେ