Sangini re chahan benupaniki
ସଙ୍ଗିନୀ ରେ ଚାହାଁ ବେଣୁପାଣିକି
Text
Ghoṣā
ସଙ୍ଗିନୀ ରେ ଚାହାଁ ବେଣୁପାଣିକି ଚିତ୍ତବିତ୍ତ ଚୋରା ଚିନ୍ତାମଣିକି
1
ବକୁଳ ସେବତୀ ମଲ୍ଲୀ ନିଆଳୀ କିଆ ନାନା କୁସୁମେ କି ଶୋଭା ବାଙ୍କ ଟାହିଆ ତହିଁ ଖଞ୍ଜିଅଛି ରଙ୍ଗ ଜାମୁଡାଳି ସଙ୍ଗରେ ମୟୂର ଚନ୍ଦ୍ରିକା ପକ୍ଷୀ
2
ଭଲା ତାର ଯେଉଁ ନୟନ ଠାର ସେ କି ମାର ବୀର ଜୟକୁଠାର ଭୂରୁ ବାଙ୍କଛୁରୀ ଚାଲିବା ଚାତୁରୀ ଚଉଦପୁରେ କେ ନ ଥିବେ ଦେଖି
3
ଧନ୍ୟ ତାର ଯେଉଁ ମୁରୁକି ହସା ସତେ କି ସେ ସୁଧା ନୀର ବରଷା ଚାହିଁଦେଲେ ଥରେ ଥରି ମନ୍ମଥରେ ଧଇର୍ଯ୍ୟ ଗୁମାନ କେ ପାରେ ରଖି
4
ଦାସ ବନମାଳୀ ବୋଲେ ଗୋ ଶୁଣ ଗୋପ ନନ୍ଦସୁତ ମୋହନ ଗୁଣ କୁଳବତୀ ବ୍ରତ କରିବାକୁ ହତ ନୂଆ ମଦନ ଏ ବରଜେ ଟିକି