Sakhi bije kadamba mule go
ସଖୀ ବିଜେ କଦମ୍ବ ମୂଳେ ଗୋ
Text
Ghoṣā
ସଖୀ ବିଜେ କଦମ୍ବ ମୂଳେ ଗୋ ଏ ନବ ଲାବଣ୍ୟରୂପ
1
ଏକ ଦିନେ ସଖୀ ମୁଁ ରେ ଗଲି ଯମୁନାକୁ ନୀରେ ଗଭା କୁସୁମ ଫୁଲରେ ସଖୀ ଚନ୍ଦ୍ରିକା ଚୂଳ ତା ପରେ
2
ଚନ୍ଦନ ବିନ୍ଦୁ କପୋଳେ ନାସାରେ ମୁକୁତା ଲୁଳେ ହୃଦରେ ପଙ୍କଜ ମାଳେ ସଖୀ ଦେଖି ମୋ ପାଦ ନ ଟଳେ
3
ଗୋପସୁତ ସଙ୍ଗ ମେଳେ ଗାବନ୍ତି ଗୀତ ସୁଢଳେ ମୋହନ ମୁରଲୀ ସ୍ୱରେ ବଂଶୀ ରାଧା ରାଧା କଲ୍ଲୋଳେ
4
ଶୁଣି ଦୂତୀ ପ୍ରବୋଧିଲେ ସଧୀରେ ନିକୁଞ୍ଜେ ଗଲେ ବନମାଳୀ ଦାସ ବୋଲେ ରାଧା ଶ୍ରୀ କୃଷ୍ଣ ପାଦ ସେବିଲେ