Gīta

Sakhi re syama bandhunku chahin

ସଖୀ ରେ ଶ୍ୟାମବନ୍ଧୁଙ୍କୁ ଚାହିଁ

Text

Ghoṣā

ସଖୀ ରେ ଶ୍ୟାମବନ୍ଧୁଙ୍କୁ ଚାହିଁ ଯୁବା ନାରୀ ଦମ୍ଭ ରଖିବେ କାହିଁ

1

ତା ଯେଉଁ ଚାହାଣୀ ନୟନ ଠାର ସେ କି ମାର ଶାଣଦିଆ କୁଠାର

2

ତାର ଯେଉଁ ମନ୍ଦହାସ ଚାତୁରୀ କୁଳବତୀ ଧୈର୍ଯ୍ୟକଟା କତୁରୀ

3

ଆହା ତାହାର ଯେ ମୋହନ ବେଶ ମୋତେ ତ କରଇ ଭାବେ ଆବେଶ

4

ବୋଲେ ବନମାଳୀ ଆଗୋ ରାଧିକେ ତୁମ୍ଭେ ସିନା ଶ୍ୟାମ ପ୍ରେମାରାଧିକେ

Sources

Cite this record


Last updated 2026-11-01. Record as JSON