Sakhi go mora kunjaku aja
ସଖୀ ଗୋ ମୋର କୁଞ୍ଜକୁ ଆଜ
Text
Ghoṣā
ସଖୀ ଗୋ ମୋର କୁଞ୍ଜକୁ ଆଜ ଆସିବେ ପରା ସେ ନାଗରରାଜ
1
ଆଜ ତ ଏ ମୋର କେଳିମନ୍ଦିର ଦିଶୁଅଛି ସଖୀ କେଡ଼େ ସୁନ୍ଦର
2
ଭାଙ୍ଗି ରଖିଅଛି ବିଡ଼ିଆ ପାନ ଭୁଞ୍ଜିବେ ବୋଲି ମୋ ଜୀବନଧନ
3
ଗୋଳି ରଖିଛି ଏ ଚନ୍ଦନ ଚୂଆ ଲାଗି ହେବେ ମୋ ଭାବ ବିନୋଦିଆ
4
ଗୁନ୍ଥି ରଖିଛି ଏ କୁସୁମ ମଲ୍ଲୀ ମୋ ମନମୋହନ ପିନ୍ଧିବେ ବୋଲି
5
ଆଜ ତ ଗୋଧନ ବାହୁଡ଼ା ବେଳେ ମୋତେ ଅନାଇଁ ବିଜେ କରୁଥିଲେ
6
ଆଜ ତ ମୋହର କେଳିମାନସ ଦେଖି କାନ୍ତ ହେବେ କେଡ଼େ ହରଷ
7
ତୋତେ କି ଦିଶୁଅଛି ସଖୀ କହ ବୋଲେ ବନମାଳୀ ନାହିଁ ସନ୍ଦେହ