Gīta

Sajani go na jani pirati jaha kali

ସଜନୀ ଗୋ ନ ଜାଣି ପୀରତି ଯାହା କଲି

Text

Ghoṣā

ସଜନୀ ଗୋ ନ ଜାଣି ପୀରତି ଯାହା କଲି

1

ସେ ନବନାଗର କାହ୍ନୁ କି ରଙ୍ଗେ ବଜାନ୍ତି ବେଣୁ ଶୁଣିଲା ବେଳରୁ ହୁଡ଼ିଗଲି ସଜନୀ ଗୋ

2

କି କଲି ମୁଁ ମୂଢ଼ ମତି ହୋଇ ଏଡ଼େ କୁଳବତୀ କୁଳଶୀଳ ରଖି ନ ପାରିଲି ସଜନୀ ଗୋ

3

କାହାରେ କହିବି ଏହା କେହି ନାହିଁ ମୋର ସାହା ଆହା ଆହା ବୋଲି ଝୁରି ମଲି ସଜନୀ ଗୋ

4

ବନମାଳୀ ଦାସ କହେ ନାହିଁ ନା ଏବେ ଉପାୟେ ବେଳହୁଁ ତ ମୁହିଁ ହୁଡ଼ିଗଲି ସଜନୀ ଗୋ

Sources

Cite this record


Last updated 2026-11-01. Record as JSON