Gīta

Sajani mohana murati chhai lo

ସଜନୀ ମୋହନ ମୂରତି ଛଇ ଲୋ

Text

Ghoṣā

ସଜନୀ ମୋହନ ମୂରତି ଛଇ ଲୋ ଉପମା ଦେବାକୁ ନାହିଁ ଲୋ ଇନ୍ଦୀବର ନୀଳରତନ ମୁଦିରେ ଏ ମାଦକ ଅବା କାହିଁ ଲୋ

1

କି ସୁନ୍ଦର ନେତ୍ର ଦୁହେଁ ଲୋ ସଜନୀ କର୍ଣ୍ଣ ସରି ଯାଏଁ ରହେ ଫୁଟିଯାଏ ହୃଦ ମଦନ ବିଶିଖେ ଗ୍ରୀବା ଢାଳି ଯେବେ ଚାହେଁ ଲୋ

2

କି ସୁନ୍ଦର ମୃଦୁବାଣୀ ଲୋ ସଜନୀ ସତେ କି ପୀୟୂଷ ଛାଣି ଅନଙ୍ଗ ଅଙ୍ଗ ପାଇବାକୁ ରଖିଛି ଏହି ଠାରେ ବିହି ଆଣି ଲୋ

3

କି ଭଙ୍ଗୀରେ ହୁଏ ଛିଡ଼ା ଲୋ ସଜନୀ କି ଶୋଭା ତା ବାଙ୍କଚୂଡ଼ା ବାନ୍ଧିଥାଇ ତହିଁ ମିଶାଇ ଶିଖଣ୍ଡ କାମିନୀଙ୍କ ବ୍ରୀଡ଼ାଛଡ଼ା ଲୋ

4

ରମ୍ୟ ଅଶ୍ୱିନୀକୁମାର ଲୋ ସଜନୀ କେ ବୋଲେ ସୁନ୍ଦର ମାର ନନ୍ଦପୁଅ ଅଙ୍ଗ ସୁନ୍ଦରପଣକୁ ଲକ୍ଷ ଅଂଶେ କାହା ଛାର ଲୋ

5

ଅର୍ବୁଦେ ଥାନ୍ତା ନୟନ ଲୋ ସଜନୀ ଦେଖୁଥାନ୍ତି ତା ବଦନ ବନମାଳୀ କହେ ତେବେହେଁ ସନ୍ତୋଷ ନୁହନ୍ତା କେବେହେଁ ମନ ଲୋ

Sources

Cite this record


Last updated 2026-11-01. Record as JSON