Sakhi e ki bidambana
ସଖୀ ଏ କି ବିଡ଼ମ୍ବନା
Text
Ghoṣā
ସଖୀ ଏ କି ବିଡ଼ମ୍ବନା କାହିଁ ଯିବେ କୁଳବତୀ ନ ହାରି ଚେତନା ଗୋ
1
ନୀପତରୁ ମୂଳେ ଯାହା ଦେଖିଲି ମୁଁ ଆଜ ତୋ ଆଗେ କହୁଛି ଫେଡ଼ି ଛାଡ଼ି ଭୟ ଲାଜ ଗୋ
2
ସେ କିଏ କାହା କୁମର ମୁଁ ତ ନାହିଁ ଚିହ୍ନି ବାଇ କରାଇଲେ ଚିତ୍ତ କାହିଁକି କି ଘେନି ଗୋ
3
ବିକି ହୋଇଗଲି ତାଙ୍କ ନୟନ ଇଙ୍ଗିତେ କି କି ବା ନ କଲେ ମୋତେ ମୃଦୁ ବଂଶୀଗୀତେ ଗୋ
4
ଲାବଣ୍ୟ ରସରେ ତନୁ ଗୋଟିକ ତା ଗଢ଼ା ମୋହନ ମୂରତି ତ୍ରିଭଙ୍ଗୀରେ ଥିଲେ ଛିଡ଼ା ଗୋ
5
ଇନ୍ଦ୍ରନୀଳମଣି ଜିଣି ତେଜ ଦାଉ ଦାଉ ଦେଖିଲା ମାତ୍ରକେ ପାଦ ନ ଚଳିଲା ଆଉ ଗୋ
6
ଶାଶୁଙ୍କ ଡରେ ଅତ୍ୟନ୍ତ କଷ୍ଟେ ମୁଁ ଅଇଲି ବିଶ୍ୱାସେ ଆଜି ତୋ ଆଗେ ସ୍ୱରୂପ କହିଲି ଗୋ
7
ବୋଲେ ବନମାଳୀ ରାଧା ବାଧା ବାଣୀ ଶୁଣି ସେହିଟି ତୁମ୍ଭର କଣ୍ଠତଟ ରତ୍ନମଣି ଗୋ