Gīta

Sangini re jane kehi mo sange asa

ସଙ୍ଗିନୀରେ ଜଣେ କେହି ମୋ ସଙ୍ଗେ ଆସ

Text

Ghoṣā

ସଙ୍ଗିନୀରେ ଜଣେ କେହି ମୋ ସଙ୍ଗେ ଆସ ଆସ କେଳିମନ୍ଦିରକୁ ଯିବି ନ ବଳେ ମନେ ସାହସ

1

ମୋ ଲାଗି କୁଞ୍ଜବିହାରୀ ବସିଥିବେ ଅନୁସରି ସବୁ ବାଧା ବିଘ୍ନ ଲଙ୍ଘି ଭେଟିବଇଁ ପାଶ

2

ବାସକସଜ୍ଜା ସମ୍ଭାର ଯାବତ ତା ଉପଚାର ଘେନାଇଁ ହୁଅ ବାହାର ହୋଇ ଗୋ ଉଲ୍ଲାସ

3

ସୁବାସ ସୁମନମାଳା ମଣ୍ଡିବି ବନ୍ଧୁଙ୍କ ଗଳା ଖଣ୍ଡିବି ଅନ୍ତରୁ ମୋର ଏ ବିଚ୍ଛେଦ ତ୍ରାସ

4

ସେ ବୃନ୍ଦାବନ ମଦନ ଶୁଭେ କରି ଆଲିଙ୍ଗନ ଭାଷିବେ ପ୍ରୀତି ବଚନ ବଳାଇ ଆଶ୍ୱାସ

5

ବନମାଳୀ ଦାସ ଭଣେ ନବ ପରିଚାରୀ ପଣେ ଅନୁଗମିବି ଗହଣେ ମିଳୁ ଅବକାଶ

Sources

Cite this record


Last updated 2026-11-01. Record as JSON