Gīta

Sakhi re aha ki karma kali

ସଖୀ ରେ ଆହା କି କର୍ମ କଲି

Text

Ghoṣā

ସଖୀ ରେ ଆହା କି କର୍ମ କଲି ଦାରୁଣ ମାନ ଯା ଅର୍ଜ୍ଜି ବସିଲି

1

ସେ ଶ୍ୟାମନାଗର ଆସି ମୋ ପାଶେ କେତେ ବିନୟୀ ହେଲେ ନିଶି ଶେଷେ

2

ଅନାଦର କରି ଯା ନ ଚାହିଁଲି ରୋଷେ ଆହା କର ଛିଞ୍ଚାଡ଼ି ଦେଲି

3

କି ନିଷ୍ଠୁର ଛାତି ଏହା ସହିଲା ପ୍ରାଣନାଥ ବୋଲି ଦୟା ନୋହିଲା

4

ବନମାଳୀ ବୋଲେ ସନ୍ତାପୀ ନୁହଁ କାହାର କି ଦୋଷ ଏଥିରେ କହ

Sources

Cite this record


Last updated 2026-11-01. Record as JSON