Gīta

Sari bari bihara

ସାରି ବାରି ବିହାର

Text

Ghoṣā

ସାରି ବାରି ବିହାର ବିଜେ ବ୍ରଜ ରାମା ହୃଦହାର ଯେ

1

ବସି ମଣି ବିମାନର ବାମେ ସିନ୍ଧୁସୁତା ଦକ୍ଷିଣେ ଧରଣୀ -ଧର ପାଶରେ ଶଙ୍କର

2

କଟୀ ତଟେ ପୀତାମ୍ବର ଶିରେ ଜାମୁଡାଳି ମୟୂରଚନ୍ଦ୍ରିକା ନାସେ ଗଜମୋତିବର

3

ନାନା ରତ୍ନେ ଅଳଙ୍କାର କଣ୍ଠେ କଉସ୍ତୁଭ ମଣି ବିରାଜଇ ଯାଇ ଜୂଇ ମଲ୍ଲୀ ହାର

4

ମୋହନ ତ୍ରୈଲୋକ୍ୟସାର ସୁର ନାଗ ନର ଗନ୍ଧର୍ବ କିନ୍ନର ଖଟନ୍ତି ଚରଣେ ଯାର

5

ଆଗେ ଦାସୀ ନୃତ୍ୟକାର ଭକ୍ତଜନମାନେ ଧରିଣ ଅଛନ୍ତି ଖଦି ଆଲଟ ଚାମର

6

ସାରି ଚାରି ପଟୁଆର କଉତୁକେ ଢଳି ଢଳିଣ ଆସନ୍ତି ସଙ୍ଗେ ଘେନି ହଳଧର

7

ପ୍ରତିହାରୀ ଯେ ସୁଆର ମଣିମା ମଣିମା ଗୁହାରି ଶୁଣିମା ଡାକ ପଡ଼ଇ ଅପାର

8

ବିଜୟେ ସିଂହଦୁଆର ବନମାଳୀ କର ଯୋଡ଼ି ଜଣାଉଛି ଶରଣ ମୁଁ ନିରନ୍ତର

Sources

Cite this record


Last updated 2026-11-01. Record as JSON