Gīta

Snehaku e kemanta disila re

ସ୍ନେହକୁ ଏ କେମନ୍ତ ଦିଶିଲା ରେ

Text

Ghoṣā

ସ୍ନେହକୁ ଏ କେମନ୍ତ ଦିଶିଲା ରେ ସେ ତୋତେ ଅନୁସରି ଭାସିଲା ରେ

1

ସୁଶୀଳା ରେ ବିଚାର କାହା ଦୁଃଖ କାହାର ଯାହାରେ ଯାହା ମନ ରସିଲା ରେ

2

ସେବକ ଜନେ ମାନ କରିବାର ବିଧାନ ଏ ତୋ ଅବଧାନକୁ ଆସିଲା ରେ

3

ସରସୀରୁହ ମୁହୀଁ ଶରମ ଚିତ୍ତେ କେହି ସ୍ତନ କଠିନ ଏବେ ମିଶିଲା ରେ

4

ବନମାଳୀ ବଦତି ଶ୍ୟାମଳ ତନୁ ଚିନ୍ତି ଘାରି ହେବାର ବେଳ ଆସିଲା ରେ

Sources

Cite this record


Last updated 2026-11-01. Record as JSON