Gīta

Ebe sajani ki hela

ଏବେ ସଜନୀ କି ହେଲା

Text

Ghoṣā

ଏବେ ସଜନୀ କି ହେଲା ଶ୍ଯାମ ପ୍ରୀତିରେ ସୁଖ ନୋହିଲା

1

ହେଲା ବଡ଼ ପରମାଦ । କେ ସହିବ ଅପବାଦ । ଦାଣ୍ଡ ଲୋକ ଶୁଣି ବାଦ । କରି କଥା ତ ମୋତେ କହିଲା

2

ଚିନ୍ତା କରି ଦିବା ନିଶି । ଦିନ ସରୁ ନାହିଁ ବସି । ଚାହିଁ ନୟନୁ ନୀର ଖସି । ଉରକୁ ଯାହା ଦହିଲା

3

ନଇଲେ ସେ ପୀତପଟ । କାହୁଁ ଶିଖିଲେ କପଟ । ଚାହିଁ ଚାହିଁ ଯେତେ ବାଟ । ଆସି ସଙ୍କେତ ରାତି ପାହିଲା

4

ସେ ମୋହନ ଲୋଭେ ପାଣି । ଯାଉଥାଏ ସିନା ଆଣି । ବନମାଳୀ ଦାସ ଭଣି । ଆଉ ଯମୁନା ଯିବା ନୋହିଲା

Sources

Cite this record


Last updated 2026-11-01. Record as JSON