Are manasa tu e jibane kalu kisa
ଆରେ ମାନସ ତୁ ଏ ଜୀବନେ କଲୁ କିସ
Text
Ghoṣā
ଆରେ ମାନସ ତୁ ଏ ଜୀବନେ କଲୁ କିସ ମୋର ମୋର ବୋଲି ମରି ନିରନ୍ତର ଶେଷରେ ହେବୁ ନିରାଶ
1
ଅରଜିଲୁ ଧନ ଜନ ପରିବାର ମୋଟା କଲୁ ତୋ ମାନସ ଜରାବସ୍ଥାରେ ତୋ ଏମାନଙ୍କର ତୁ ଆଖିରେ ହୋଇବୁ ବିଷ
2
ନ ଦିଶିବ ଦୂର ନ ଶୁଭିବ ସ୍ୱର ପଡ଼ିବ ସକଳ ଦଶ ହାତ ଗୋଡ଼ ଥରି ନ ପାରିବୁ ଚାଲି ଡାକିବୁ କେ ଅଛ ଆସ
3
କେହି ନ ଶୁଣିବେ ବିରକ୍ତ ହୋଇବେ ଭୋଗିବୁ ନାନା ପରାଶ ଭାବଇ ତାରିଣୀ ପଥକୁ ସଙ୍ଖାଳି ଏକା ନାମ ହୃଷୀକେଶ