Dekha basanta kala
ଦେଖ ବସନ୍ତ କାଳ
Text
Ghoṣā
ଦେଖ ବସନ୍ତ କାଳ ସଜନୀ ଆହା କି ମଞ୍ଜୁଳ । ମଳୟ ପବନେ ମଧୁପ ଗୁଞ୍ଜନେ କୁଞ୍ଜକାନନେ ମଧୁମୟ ବେଶେ ସାଜି ସୁମାନସେ ଆସ ଗୋ ଚଞ୍ଚଳ
1
ମୋହନ ବଂଶୀ ପଞ୍ଚମ ତାନେ ବାଜେ ସଘନେ ପରଶି ମରମେ ମନ ବଳୁଥିବ ଗୋ ମୋହନ ଧିଆନେ ଆଉ କଲେ ହେଳା ବୁଡ଼ିବଟି ଭେଳା ଧର ବରଣମାଳା ଭଣଇ ତାରିଣୀ ନୋହି ତୁ ମାନିନୀ ନିଧୁବନେ ଚାଲ