Gīta

Syama sundara murali ninada

ଶ୍ୟାମ ସୁନ୍ଦର ମୁରଲୀ ନିନାଦ

Text

Ghoṣā

ଶ୍ୟାମ ସୁନ୍ଦର ମୁରଲୀ ନିନାଦ ଜାତି ନେବ ମଣିଲି

1

ଗୁରୁଜନ ସଙ୍ଗେ କଥା ପରସଙ୍ଗେ ବସିଥିଲି କି ଚମକି ପଡ଼ିଲି

2

ପୂରିଲା ପୁଲକ ଦେହ ଗୋଟାଯାକ ବିନା ଶୀତରେ ମୁଁ କେତେ ଥରିଲି

3

କାହିଁ ଗଲା ମନ ବୁଡ଼ିଗଲା ଜ୍ଞାନ ବେନି ନୟନ ମୁଁ ବୁଜି ରହିଲି

4

ନିଶି କି ଦିବସ ବନ କି ଆବାସ ଜାଗର କି ସ୍ୱପନ ନ ହେଜିଲି

5

ଗୋପାଳକୃଷ୍ଣ ସେ ଶ୍ରୀ ରାଧାଙ୍କୁ ଭାଷେ ଗ୍ରାବ ଶ୍ରବି ଦ୍ରବୁଥିଲା ଚାହିଁଲି

Sources

Cite this record


Last updated 2026-11-01. Record as JSON