Gīta

Ago sakhi ki karibi nisi ta na sare

ଆଗୋ ସଖୀ କି କରିବି ନିଶି ତ ନ ସରେ

Text

Ghoṣā

ଆଗୋ ସଖୀ କି କରିବି ନିଶି ତ ନ ସରେ ବନ୍ଧୁ ନଇଲେ ମୋ ପୁରେ ମୋ ପୁରେ

1

ସାଜି ମୁଁ କବରୀ ଖଞ୍ଜି ମାଧବୀ ସଞ୍ଜରେ ଚାହିଁ ବସିଥିଲି ପରା ମାଧବୀ କୁଞ୍ଜରେ

2

କଣ୍ଟ ଦେଇ ଖଣ୍ଟ ଶଠ ଦଗା ଦେଲେ ମୋରେ ବାଇ କରି ରାଈ ରାଈ ମୁରଲୀର ସ୍ୱରେ

3

କର୍ପୂର ଚନ୍ଦନ ହାର ସୁବାସ ପନୀରେ ଭସାଅ ସଜନୀ ନେଇ ଯମୁନାର ନୀରେ

4

ଏକାଳେ ମୁରଲୀ ଶୁଭେ ନିକୁଞ୍ଜ ଦୁଆରେ କବିଚନ୍ଦ୍ର କହେ ଏ ତ ନୁହଇଁ ନୂଆରେ

Sources

Cite this record


Last updated 2026-11-01. Record as JSON