Gīta

Sari jibani jibane kisori he bansidhari

ସରି ଯିବନି ଜୀବନେ କିଶୋରୀ ହେ ବଂଶୀଧାରୀ

Text

Ghoṣā

ସରି ଯିବନି ଜୀବନେ କିଶୋରୀ ହେ ବଂଶୀଧାରୀ

1

ବିରହରେ ସଖୀ ହୋଇଛି କାତର ସରୁଁ ସରିଲାଣି ସରୋଜପତର ଦେଖିଲି ସଖୀର କଣ୍ଠର ମାତର ଜୀବନକୁ ଅଛି ଧରି ହେ

2

ଲାଗୁ ନ ଥିଲା ମୋ କରକୁ ନାଟିକା ସଜନୀମାନେ ଦେଖି ହେଲେ ତାଟକା ଧାଇଁଅଇଲି ମୁଁ ଶୁଣି ତାଙ୍କ ଡକା ଥିବ କି ଜୀବନେ ସରି ହେ

3

ନାସାଗ୍ରତେ ତୁଳ ଦେଲେ ତତପର ନ ଚଳିଲା ପରି ଦିଶିଲା ନାଗର ସଜନୀମାନେ ବସିଣ ସେହି ପୁର ହା ରାବରେ ଥିଲା ପୂରି ହେ

4

ତୁମ୍ଭ ଭଳି ଯେବେ ନୋହିଲା ପାତର ପଚାରୁଛି ଶ୍ୟାମ ନ ଦିଅ ଉତ୍ତର ଅନ୍ତର୍ଗତେ ଯେବେ ଥିଲାଟି ଅନ୍ତର ଚିତ୍ତ କିମ୍ପା କଲ ଚୋରି ହେ

5

ଲାଗିଥିଲେ ଜବାଧରୀର ସେବାରେ ଆଶା ଅଛି ମୋହ ଯିବା ଆସିବାରେ ହଟି ବସିଅଛି ଜୀବନ ନେବାରେ ପାପୀ କାମ ଯମ ପରି ହେ

6

ଦୀନବନ୍ଧୁ ଥାଉଁ ବିରହ ତୁଷାର ନାଶ କଲେ ପଦ୍ମିନୀକି ଏ ଅସାର ବୋଲେ କବିରବି ହେବଟି ଅସାର ହସିବେ ସିନା ଭଗାରି ହେ

Sources

Cite this record


Last updated 2026-11-01. Record as JSON