Ete belaku he mukha disila
ଏତେବେଳକୁ ହେ ମୁଖ ଦିଶିଲା
Text
Ghoṣā
ଏତେବେଳକୁ ହେ ମୁଖ ଦିଶିଲା କି ଆଜ ପଥବଣା ହୋଇଲ କି ବ୍ରଜ ଯୁବରାଜ
1
ପରିହରି ଚିର ପ୍ରୀତି ଆନ ରମଣୀରେ ମାତି ମୋ ପାଶକୁ ଆସିବାକୁ ପାଇଲ କି ଲାଜ
2
ଯା ତୁଲେ ମାତିଲ ନିଶା ସେ ବା କେମନ୍ତ ସୁରସା ବୁଝିବାକୁ ଲୋଡ଼ୁଥିଲେ ମୋ ସଖୀ ସମାଜ
3
ତୁମ୍ଭ ଆସିବା ସମୟ ଜାଣି ହୋଇ ତୋଷମୟ ଜଗି ବସିଥିଲି କୁଞ୍ଜେ ସାଜି ଫୁଲଶେଯ
4
ମିଳିବାରୁ ଓଷ୍ଠ ସୁଧା ଯିବାରୁ ଅନଙ୍ଗ ବାଧା ତେବେକୁ ଏବେ ଶ୍ରୀଅଙ୍ଗ ଦିଶେ ଭିନ୍ନ ତେଜ
5
ଶୁଣି ରାଧା ଭଙ୍ଗୀ ଗିର ମଥା ପୋତିଲେ କିଶୋର ଭାବି କହେ ରଘୁନାଥ କବି ଦ୍ୱିଜରାଜ