Gīta

Saraga to mukhe nahi

ସରାଗ ତୋ ମୁଖେ ନାହିଁ

Text

Ghoṣā

ସରାଗ ତୋ ମୁଖେ ନାହିଁ ଗୋ ଶ୍ରୀମତୀ ପରାଗ ମୁଞ୍ଚିଲା ପଙ୍କଜ ପରାୟେ ହୋଇଅଛୁ କାହିଁ ପାଇଁ

1

ନିନ୍ଦୁ ଘନଶ୍ୟାମ ଶୋଭାକୁ ତୁ କିମ୍ପା ପିନ୍ଧୁଅଛୁ ନୀଳଚେଳ ଚାରୁ ମୃଗମଦ ତିଳକ ଲାବଣ୍ୟ ନିଟିଳେ ହୋଇଛି ମେଳ

2

ରାଜଜେମା କ୍ଷମା ଉଚିତ ତୋହର ଏହା ମନେ ବୁଝୁଥିବୁ ଲଳନା ତୋ କଥା ବୁଝି ବସିଲେ ତ ଦାଣ୍ଡରେ କଳନା ଯିବୁ

3

ବାଞ୍ଛାବଟ ମୂଳେ ତପ କରଇ ଯେ ଦେବାକୁ ତୋ ପାଦେ ଲାକ୍ଷା ଅଦୋଷରେ ରୋଷ କରି ପଶ୍ଚାତ୍ତାପ ପାଇଅଛୁ କୁଟିଳାକ୍ଷା

4

ବନମାଳୀ ବୋଲେ ନ ଦେଖିଲେ ଯାକୁ ନେତ୍ରୁ ଗଳେ ଅଶ୍ରୁଧାର ଶ୍ୟାମକୁ ମାନ ନ କର ମୁଁ କହୁଛି ଯେବେ କାମକୁ ତୋ ଡର

Sources

Cite this record


Last updated 2026-11-01. Record as JSON