Gīta

Hati basichi kisori

ହଟି ବସିଛି କିଶୋରୀ

Text

Ghoṣā

ହଟି ବସିଛି କିଶୋରୀ ଭେଟିବାକୁ ବଂଶୀଧାରୀ

1

ନ ଜଡ଼ାଇ ଚିତ୍ତ କାହିଁରେ ଗୋରୀ ରାଜଡ଼ା ଉପଚାର ପରିହରି ସଜଡ଼ାଇ ରଖିଥିବା ଘନସାର ଅଜଡ଼ାଇ ଦେଇକରି

2

ଝଡ଼ି ନୟନୁ ଅଶ୍ରୁଧାରା ବାରି ମାଡ଼ି ବସିଛି ଚିତ୍ତେ ଚିନ୍ତାଗିରି ଛାଡ଼ି ଦେଇଛି ଅଖିଳ ସୁଖ ଶିରୀ ଲୋଡ଼ି ତାହା ସଙ୍ଗଶିରୀ

3

ମନ୍ଦରଧରାକୁ ସଙ୍ଗରେ ଧରି ବୃନ୍ଦାବନେ ଭେଟାଇବା ଶ୍ରୀ ହରି ଫନ୍ଦା ସରିଯିବା ଠାରୁ ଆଉ ଅବା ନିନ୍ଦାକୁ କି ପାଇଁ ଡରି

4

ଦ୍ୱିଜ ରଘୁନାଥ ଚିତ୍ତେ ବିଚାରି ସଜନୀ ଲାଗି ମୁଁ ହେବି ସଞ୍ଚାରୀ ଆଜ ଭେଟାଇବି ବ୍ରଜରାଜ ଜେମା ଲାଜ ଭୟ ଦୂର କରି

Sources

Cite this record


Last updated 2026-11-01. Record as JSON