Na ja jamuna rajiba kanja nayana
ନ ଯା ଯମୁନା ରାଜୀବ କଞ୍ଜନୟନା
Text
Ghoṣā
ରାଜୀବ କଞ୍ଜନୟନା ନ ଯା ଯମୁନାରେ ନ ଯା ଯମୁନା
1
କୃଷ୍ଣ କଳା ଭ୍ରମର କୁଞ୍ଜକୁଟୀ ଭିତର ଝାମ୍ପି ନେବଟି ନ ଯା ଯମୁନା
2
କହିବା ସଖୀ ବାଣୀ ଅହିତ ପରା ମଣି ରସିକାଶ୍ରେଣୀ ନ ଯା ଯମୁନା
3
ସେ ଧୂର୍ତ୍ତ ପୀତପଟ ଜାଣଇ କେତେ କୂଟ ଜଗିଛି ଘାଟ ନ ଯା ଯମୁନା
4
କହଇ ରଘୁନାଥ ଯେ ତୋର ମନୋରଥ ସାର୍ଥ ହେବଟି ନ ଯା ଯମୁନା