Lajare sarigali aja sajani
ଲାଜରେ ସରିଗଲି ଆଜ ସଜନୀ
Text
Ghoṣā
ଲାଜରେ ସରିଗଲି ଆଜ । ସଜନୀ ଗୋ । ବଳେ କୋଳେ ବସାଇଲେ ନାଗରରାଜ
1
ବଜାଇ ମୁରଲୀ ସ୍ୱନ । ହରିନେଲେ ମୋ ଚେତନ । ନ ରହି ସଦନେ ମନ ହେଲା ବେଗେ ସଜ
2
ଶୁଣି ତା ମୃଦୁ ବଚନ । କେ କରି ପାରିବ ଆନ । କେତେ ଛନ୍ଦ କଲି ବୋଲି ବରତିଲି ଆଜ
3
ଯିବାରୁ କୁଞ୍ଜ ନିଳୟ । ନ ରହିଲା ମୋର ଭୟ । ଜାଣି ନ ଜାଣି ହୋଇ ଧଇଲେ କରକଞ୍ଜ
4
ଶୁଣି ଦୂତୀ କହେ ଭାଷା । ପୁଣି ଏ କି ଲୋକହସା । ଏ ରସରେ ଭାବି କହେ କବି ଦ୍ୱିଜରାଜ