Phutila baula bhramara akula
ଫୁଟିଲା ବଉଳ ଭ୍ରମର ଆକୁଳ
Text
Ghoṣā
ଫୁଟିଲା ବଉଳ ଭ୍ରମର ଆକୁଳ ଝଙ୍କାର ଚହଳ ବଚନେ ଅତି ବିନୀତରେ ପ୍ରେମ ପୂର୍ଣ୍ଣ କରେ ଗୁହାରି ଭ୍ରମଇ ମଦନେ
1
ନିତି ରାତି ଆସି ଯୁବତୀଗଣ ପ୍ରିୟାକୁ ମୋହର କରି ହରଣ ଖୋଷା ପରେ ଖୋସି ତାଙ୍କ ପରାଣ ନାଥଙ୍କୁ ତୋଷିଲେ ସୁମନେ
2
କାର ସୁଖ କିଏ ଲୋଡ଼ଇ ନାହିଁ ମୋ ସୁଖ ବାଧାରେ ବାଇ କିମ୍ପାଇଁ ମୋ କଥାକୁ ସେ ତ ବୁଝିଲେ କାହିଁକି କରିବି କହ ରାଜନେ
3
ଶୁଣ ମୋ ବିନତି ମଦନରାଜ ତାଙ୍କ ନାଥ ହୃଦେ ଶର ନ ସାଜ ଅବହେଳା ପାଇଁ ରାମା ସମାଜ ନ ରସି ହେ ଗଭାମଣ୍ଡନେ